କ୍ଲଷ୍ଟର ସ୍ତରୀୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ
ବୌଦ୍ଧ ୧୧l୧୧: କଣ୍ଟାମାଳ ବ୍ଲକ ସୁଣ୍ଢିପଦର କ୍ଲଷ୍ଟର ଅନ୍ତର୍ଗତ ଧୁଙ୍ଗିଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଉଭୟ ସୁଣ୍ଢିପଦର କ୍ଲଷ୍ଟର ଓ ଲୁଣପଙ୍ଗା କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଲିକ ସାଧନ କେନ୍ଦ୍ର ସଂଯୋଜକ ଶୀଯୁକ୍ତ ନୈରାଶ ଚନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇଉ- ଡା-ଇସ ପ୍ଲସର ଡାଟା ଏଣ୍ଟ୍ରି ବିଷୟରେ ଆଲୋଚନା କରାଯାଇଥିଲା। ଏତଦବ୍ୟତୀତ ଏଫ-ଏଲ-ଏନ, ଏଲ-ଇ-ପି, ଏଲ-ଆର-ପି ପ୍ରଭୁତି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିର୍ଦେଶ ଦିଆଗଲା।
ଏଲ-ଆର-ପି ପୁସ୍ତକରେ ଥିବା କେତୋଟି ସନ୍ଦେହ ଜନକ ପ୍ରଶ୍ନ ଗୁଡିକୁ ମାଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରସାଦ ମେଣ୍ଡିଲି ସାର ଉପସ୍ଥାପନ କରିଥିଲେ। ତାପରେ ମୋ ସ୍କୁଲ ଅଭିଯାନ,ସ୍ପୋର୍ଟସ, ସେପ୍ଟି ଏଣ୍ଡ ସିକୁରୀଟି ଅନୁଦାନର ୟୁସି ଯଥା ଶୀଘ୍ର ଦାଖଲ କରିବା ପାଇଁ ନିର୍ଦେଶ ଦିଆଗଲା। ଶେଷରେ ଲୁଣପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଉସଦ କହଁର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।



0 Comments